ଭିଜା ଶ୍ରାବଣ - ଛବିରାଣୀ ପତି


ବାହାରେ ଲଗାଇ ଏ ଶ୍ରାବଣ

ଯାତ୍ରା ବରଷାର ଝଡି

ନାଚି ଝୁମି ଯାଏ ଖୁସିରେ

ଘାସ ଗାଲିଚାରେ ଗଡ଼ି ।


ତୃଷାର୍ତ୍ତ  ହୃଦୟ ଭିଜିଯାଏ

ତାର ପ୍ରେମାସିକ୍ତ  କୋଳେ

ତୃପ୍ତି ଲଭେ ପ୍ରେମୀ ଆଲିଙ୍ଗନେ

ହୋଇ ସେ ଭାବ ବିହ୍ୱଳେ ।


ଆସିଅଛି ଧାରା ଶୀରାବଣ

ଲଗାଇ ଦେହେ ରୋଷଣି

ସାଙ୍ଗରେ ବିଜୁଳି ଘଡ଼ଘଡ଼ି

ପାଦେ ବାନ୍ଧି ବାଜେଣି ।


ସାରୁ ବୁଦା ମୂଳେ ଯେ ରଚନ୍ତି

ସଂସାର ବେଙ୍ଗ ବେଙ୍ଗୁଲି

ପିଉଥାନ୍ତି ପ୍ରେମର ପିଆଲା 

ଖେଳନ୍ତି ସାଥିରେ ହୋଲି ।


ଘାସେ ଚାଲୁଛନ୍ତି ସାଧବଏ

ନାଲି ପାଟଶାଢ଼ୀ ପିନ୍ଧି

କାମନା ସମ୍ଭୋଗେ ଧରାବୁକୁ

ଗଜରା ଗଭାରେ ବାନ୍ଧି ।


ରିମି ଝିମ୍- ଛମ୍ ଛମ ଶବ୍ଦେ

ଶୁଭଇ ଶ୍ରାବଣୀ ସୁର

ବଳପୂର୍ବ ଅସି ରସିଯାନ୍ତି

ଦେଖାଇ ତା' ଦର୍ପ ବୀର ।


ଅବୁଝା ବିରହି ମନକୁ ସେ

ବୁଝାଏ ତା' ପ୍ରେମ ଦେଇ

ଉତ୍ତପ୍ତ ଧରିତ୍ରୀ - ତପ୍ତ ହୃଦ

ଉପଶମ କରେ ଯାଇ ।


ଛବି ରାଣୀ ପତି, ମଧ୍ୟଶାସନ

ବିରିଡ଼ି , ଜଗତସିଂହପୁର ।।

ଫୋନ୍ -୯୩୩୭୯୬୦୦୬୦

Post a Comment

0 Comments